7. Project Offeings_Vedam Team

Page 1

Aum Sri Sai Ram

Sri Sathya Sai Seva Organisations, Odisha

Team of Experts for Veda Handbook


ଓଁ ଶ୍ରୀ ସାଇ ରାମ ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ଓଡିଶା

ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓଁ ଶ୍ରୀ ସାଇରାମ🙏 ଅନନ୍ତ ବୈ ବେଦଃ । ଅନନ୍ତ କୋଟି ବ୍ର ହ୍ମାଣ୍ଡ ନାୟକଙ୍କ ଏହି ଧରା ପୃଷ୍ଠରେ ଅବତରିତ ହେବାର ଉଦ୍ଦେଶ୍ୟ ମଧ୍ୟରେ ବେଦ ଉଦ୍ଧାରଣ ଅନ୍ୟତମ । ବେଦ ଆମ ଜୀବନର ଭିତ୍ତିଭୂ ମି । ବେଦ ଆମର ଜୀବ ଶ୍ଵାସ । ଯେତେବେଳେ ବେଦାନୁ ମୋଦିତ କର୍ମରୁ ବିରତ ହୋଇ ସମ୍ପୂର୍ଣ୍ଣ ମାନବ ସମାଜ ବାହ୍ୟାଚାରରେ ରତ, ସେତେବେଳେ ସ୍ୱୟଂ ବେଦପୁରୁ ଷ ସାଇ ନାରାୟଣ ପ୍ରତି ହୃଦୟରେ ବେଦର ପୁନଃ ପ୍ରତିଷ୍ଠାର ସଂକଳ୍ପ ନେଇ ଧରାବତଣ କରିଛନ୍ତି । ପ୍ରଭୁ ଙ୍କ ଦିବ୍ୟ ସଂକଳ୍ପ ଏହି ଦେବ ଭୂ ମିକୁ ମଧ୍ୟ ବେଦ ଭୂ ମିରେ ପରିଣତ କରି ଚାଲିଛି । ଶ୍ରୀ ସତ୍ୟସାଇ ବାଳବିକାଶ, ଦେଵୋପମ ଶିଶୁଙ୍କ ପ୍ରତି ହୃଦୟ ସ୍ପନ୍ଦନକୁ ବେଦ ମନ୍ତ୍ର ର ନିନାଦରେ ତରଙ୍ଗାୟିତ କରି ଦିବ୍ୟ ମନ୍ତ୍ର ଶକ୍ତି ରେ ଅନ୍ତ ର୍ନିହିତ ଦିବ୍ୟଶକ୍ତି ର ଉନ୍ମି ଳନ ଦିଗରେ ଗୁରୁ ତ୍ୱ ପୂର୍ଣ୍ଣ ଭୂ ମିକା ବହନ କରେ । ରାଷ୍ଟ୍ର କୋଣାର୍କର ନିର୍ମାଣରେ ବ୍ର ତୀ ବାଳବିକାଶ ଗୁରୁ , ସାଇ ବଗିଚାର ସେହି କୋମଳ କଳିକାଙ୍କ ତତ୍ୱାବଧାନରେ ନିଜକୁ ସମ୍ପୂର୍ଣ୍ଣ ହଜେଇ ଦେଇଛନ୍ତି ପ୍ରଭୁ ଙ୍କ ଦିବ୍ୟ ମିଶନର ଅଂଶ ବିଶେଷ ଭାବରେ । ସମଗ୍ର ଓଡ଼ିଶାରେ ପ୍ରତି ବାଳବିକାଶ କେନ୍ଦ୍ର ରେ ସମାନ ଭାବରେ ବେଦକୁ ଗୁରୁ ତ୍ୱ ଦେଇ ବେଦ ଶିକ୍ଷା ପାଇଁ, ବେଦକୁ ଆହୁରି ସହଜ ସରଳ ଭାବରେ ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ,ବେଦ ପ୍ରତି ଆହୁରି ଆଗ୍ରହ ସୃଷ୍ଟି କରିବା ପାଇଁ, ପଞ୍ଚ ଶିକ୍ଷଣ ପଦ୍ଧତିର ବ୍ୟବହାର ମାଧ୍ୟମରେ ବେଦ ଶିକ୍ଷାକୁ ପିଲାଙ୍କ ନିକଟରେ ପହଞ୍ଚେଇବା ପାଇଁ ଶ୍ରୀ ସତ୍ୟ ସାଇ ସେବା ସଂଗଠନ,ଓଡିଶାର ଏହି ଅଭିନବ ପ୍ରୟାସ । ବାଳ ବିକାଶ ଗୁରୁ ଙ୍କ ପାଇଁ ଉଦ୍ଦିଷ୍ଟ ଏହି ବେଦ ପୁସ୍ତକ, ସମଗ୍ର ଓଡ଼ିଶାର ବାଳବିକାଶ ଗୁରୁ ,ଅଭିଭାବକ, ଶିଶୁ ତଥା ସମସ୍ତ ବେଦାଭ୍ୟାସୀ ସାଧକ ସାଧିକା ଭାଇ ଭଉଣୀଙ୍କ ପାଇଁ ଏକ ବହୁ ଉପାଦେୟ ପୁସ୍ତକ ରୂ ପେ ଜୀବନର ଅବିଛେଦ୍ୟ ଅଙ୍ଗ ଭଳି ଜୀବନ ରୂ ପାନ୍ତ ରଣ ସାଧନ ହେବ ନିଶ୍ଚୟ । ଏହି ବହୁମୂଲ୍ୟ ପୁସ୍ତକ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ର ଆସନ୍ତା ରାଜ୍ୟ ସମ୍ମିଳନୀର ଶୁଭ ଅବସରେ ପ୍ରଭୁ ଙ୍କ ପାଦ ପଦ୍ମ ରେ ନିବେଦିତ ହେବାକୁ ଯାଉଛି ।ସ୍ୱାମୀଙ୍କୁ ପ୍ରାର୍ଥନା ଏହି ଦିବ୍ୟ ପୁସ୍ତକ ପ୍ରକାଶନ ପାଇଁ ଆମ ସମସ୍ତଙ୍କ ହୃଦୟରେ ଶକ୍ତି ,ସାହସ ଓ ଦୃ ଢ଼ ସଂକଳ୍ପ ଶକ୍ତି ଭରି ଦିଅନ୍ତୁ ।


ଓଁ ଶ୍ରୀ ସାଇ ରାମ ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ଓଡିଶା

ସୂଚି ପତ୍ର

ବର୍ଷ ଏବଂ ଗ୍ରୁପ ଅନୁ ଯାୟୀ ବେଦ ମନ୍ତ୍ର ଗ୍ରୁପ -୧ 1. ପ୍ରଥମ ବର୍ଷ -ଗଣପତି ପ୍ରାର୍ଥନା 2. ଦ୍ଵି ତୀୟ ବର୍ଷ -ଶିବ ଉପାସନା ମନ୍ତ୍ର 3. ତୃ ତୀୟ ବର୍ଷ -ନାରାୟଣ ଉପନିଷଦ 4. -କ୍ଷମା ପ୍ରାର୍ଥନା ଗ୍ରୁପ -୨ 5. ପ୍ରଥମ ବର୍ଷ -ମନ୍ତ୍ର ପୁଷ୍ପମ 6. ଦ୍ଵି ତୀୟ ବର୍ଷ -ଦୁ ର୍ଗା ସୂକ୍ତ ମ 7. ତୃ ତୀୟ ବର୍ଷ -ପୁରୁ ଷ ସୂକ୍ତ ମ 8. -ନୀଳା ସୂକ୍ତ ମ ଗ୍ରୁପ -୩ 9. ପ୍ରଥମ ବର୍ଷ -ମେଧା ସୂକ୍ତ ମ 10. ଦ୍ଵି ତୀୟ ବର୍ଷ -ଶ୍ରୀ ସୂକ୍ତ ମ 11. ତୃ ତୀୟ ବର୍ଷ -ଭୂ ସୂକ୍ତ ମ 12. -ନାରାୟଣ ସୂକ୍ତ ମ


ଓଁ ଶ୍ରୀ ସାଇ ରାମ ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ଓଡିଶା

ବାଳବିକାଶ ବେଦ ପୁସ୍ତକ ପ୍ରକାଶନ ପାଇଁ ଚୟନିତ ସଦସ୍ୟ / ସଦସ୍ୟା : ୧. ଶ୍ରୀ ସଚ୍ଚିଦାନନ୍ଦ ନାୟକ ୨. ଶ୍ରୀ ସଚ୍ଚିଦାନନ୍ଦ ନନ୍ଦ ୩. ଶ୍ରୀ ପି.ଜଗନ୍ନାଥ ପ୍ରସାଦ ରାଓ ୪. ଶ୍ରୀ ରଘୁନାଥ ପଣ୍ଡା ୫. ଶ୍ରୀ ନରୋତ୍ତମ ଦାସ ୬. ଶ୍ରୀ ସଦାନନ୍ଦ ପରିଡା ୭. ଶ୍ରୀ ଅମିୟ ରଞ୍ଜନ କାନୁ ନଗୋ ୮. ଶ୍ରୀ ନାରାୟଣ ପ୍ରସାଦ ସର ୯. ଶ୍ରୀମତୀ ପି. ପଦ୍ମ ଲତା ୧୦. ଶ୍ରୀମତୀ ବି. ଶୋଭାରାଣୀ ୧୧. କୁ ମାରୀ ବେଦମତି ନାୟକ ୧୨. ଡ଼. ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା


Turn static files into dynamic content formats.

Create a flipbook
Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.